-ମାଁ ର ମୁଡ୍ ଦୁଖା
PUBG - A Parent's Headache !
ମାଁ ଜାଇଛେ ଦାକ୍-ଦର୍ ଖାନା
ପୋ କେ ତାର୍ ନେଇ
ଡାକ୍-ଦର୍ କେ ସବୁ କଥାନି
ଗୁଟା ଗୁଟା ଦିଏ କହି ।।
ଏଁର୍ରା ଟୁରା , ରେ ସେଁର୍ରା ଟୁରା
କତେ କହେଲେ ସୁନ୍ ତୁ
ମୁବେଲ୍ ଟିକେ ଛାଡ୍ ତୁ ବଏଲେ
କେତେ କଥା ନାଇ ଜାନ୍ ତୁ ।।
କାଦୋ ତି ଶୁଇଲା ପୋଡ୍ କେ
ଦେଖ କି , ଗୁହୁଁରି ବନ୍ଧର୍ ଜଁକ୍
ମୁବେଲ୍ ଧରି ଲଟ୍ କି ଛେ ଯେ
ଛାଡ୍ ବାର୍ ନାଇଁ ଖଟ୍ ।।
ବୁଆ ଭାବୁଥିଲା ପୋ ଟୁରା ମର୍
ବଡ୍ ହେଇ ସନ୍ଯ ହେବା
ବନ୍ଧୁକ୍ ଧରି , ମୁଡ୍ ସେ ଜୁଗି
ଦେଶ୍ ଲାଗି ଜାନ୍ ଦେବା ।।
ମାଁ ବେଡି ମୁଇଁ ଭାବୁଥିଲି
ଛୁଆ ଦୁଇ ଅଖର୍ ହେଲେ ଜାନୁ
ଚାକରି ବାକ୍-ରି କରି କୁରା କରି
ମାଇଜି ଗୁଟେ ହେଲେ ଆନୁ ।।
ତାର୍ ବୁଆ , ଖାଇ ଦେଲା
ଦେଖ ଖୁସ୍ କରି ଧରି ନେଲା
ନାଇ ନାଇ ବଲି ମନା ବି କଲି
ହେଲେ Mobile ଘିନି ଆନି ଦେଲା ।।
ଛାଡି କରି ପାଠ୍ ସାଠ୍
ଆରମ୍ କଲା ତାର୍ ନାଟ୍
FACEBOOK ଆରୁ WHATSAPP ତି
ଗୁଣ୍ଡାଲ୍ କରୁଛେ ଘାଟ୍ ।।
ଏବେ କା ଆରୁ ଦିନ୍ କି ରାଏତ୍
ବାୟା ପାଗଲ୍ ବାଗିର୍ ହଉଛେ
ତାର୍ ସୁକେ ସୁକେ କଥା
ଆରୁ ହଁସା ଗିଜ୍ରା ହଉଛେ ।।
PUBG କି ଘବ୍ ଜି ବୁଆ
ଇଟା କାଏଁ ଉସୁମର୍ ଖେଲ୍
ଆଗେ ଯଉ ଥିଲା ବୋଲ୍ ଖେଲି
ଯେ କେତେ ଦଉଥିଲି ଗୋଏଲ୍ ।।
ଏବେ ତୋ ପୋହୋ , Ear-Phone କେ
କାନେ ତାର୍ କୁଚି ଦଉ ଛେ
ହାଦେ ପଛ୍ ବାଟେ , ଉପ୍ ରେ , ତଲେ
South - East degree ହଉଛେ ।।
କେତେ କେତେ ବେଲେ winner winner
ଆରୁ Chicken Dinner ବଲୁଛେ
ଆର୍ କେତେ ବେଲେ ଲେଗ୍ ଲେଗ୍ ବଲି
ମାଁ ବହେନ୍ ଏକ୍ କରୁଛେ ।।
ଦେଖ ଦେପତା ଭୂତ୍ କେଁ ଧର୍ ଲା
ସୁକେ ସୁକେ ବି କିର୍ଲଉ ଛେ
ହେଦେ ହେଦେ ମତେ ମାର୍ ଲା
ବଁଚେଇ ଆସ ମତେ ମାର୍ ଲା ।।
Help ! Help ! ବଲି ଏକ୍ ନିନାଶେ
କିର୍ଲାଲା ଯେ ଦିନେ
ଏ ବୁଆ ପୁତା କାଏଁ ହେଲୁ ବଲି
ଧାଇଁ ଗଲି ତାର୍ ଛୁମେ ।।
ନା ଖିଆ ପିଆ ହେଲେ କରୁଛେ
ଚାରଜ୍ ବୋଡ୍ ତି ବସୁଛେ
Chicken dinner ବଲି ବଲି ମର୍
ଭେଁଣି ଶାଗ୍ ଭୁଲି ଯଉଛେ ।।
ପିଲା ଆତଁଙ୍ଗ୍ ବାଦି ଭାଏଲ୍ ହେଲା
କେନ୍ ନୁ Training ନେଲା
ବନ୍ଧୁକ୍ ହଉ କି ବମ୍
ସବ୍ କର୍ ନାଁ ଜାନ୍ ଲା ।।
Math ତି ଆଘରୁ ଦୁର୍ବଲ୍ ଥିଲା
ଛାଡି ଦେଇ ଥିଲୁଁ Hope
ଏବେ ଟୁଣେ ଟୁଣେ ବୀଜଗଣିତ
6X - 8X Scope..!
AR, RIFFLE , SMG , MACHINE
କେତେ ପର୍-କାରେ GUN
ପୁଟା ଭୁସ୍-ଲା ଛାଡିଦିଏ ଏବେ
HEAD-SHOT କେ ମନ୍ ।।
ଆମର୍ ଗଧ କେ ଛାଡ
ଇଟା ଡିଆଁ ରୋଗ୍ ବୋଧେ ହଉଛେ
ଯାଇ ଥିଲେ ତାଁକର୍ ଘର୍ ଆଡେ ଯେ
ସେ ସାହୁ ର ପୋ ବି ଖେଲୁଛେ ।।
ଦାଢି ମେଛା ହେଇ , ଧଙ୍ଗରା ହେଲାନ
ବିହା କରି ଦେମୁ ବଲୁ ଛୁଁ
ଯଉତୁକ୍ ଥି ବନ୍ଧୁକ୍ ମାଗ୍ ଲେ
କେନ୍ତା କର୍ ମୁ ଡରୁଛୁଁ ।।
ଟଙ୍ଗା ହଜାରେ ମାଗ୍-ଲା ମତେ
Royal Pass ଘିନ୍-ମି ବଲି
ପରୀକ୍ଷା ପତର୍ ହେଇ ଥିବା ବୁଆ
ଖୁସ୍ କରି ଦେଇ ଦେଲି ।।
ଆମର୍ ଭାଷା ତି ହୁଡ୍-ବାର୍ ଛୁଆ
ହିନ୍ଦୀ ଏଖା ବେଟା ଝାଡୁଛେ
'ଶଲା' ବଲି କେବେ ନାଇ କହି ଏବେ
ହଟ୍ Bhosdike ବଲୁଛେ ।।
ଆଜ୍ଞା , ଡର୍ ଲାଗୁଛେ ମତେ
ବାବୁ କାଏଁ ହଉଛେ ସତେ
ଓଷୋ କଶା ଯଦି ଯାନିଛ
ଆଜ୍ଞା ବତେଇ ଦିଅ ହୋ ମତେ ।।
ଦେଖି ନେଲା ମାଁ ଦାକ୍-ଦର୍ କେ
ହେତାମୁଡି ହେଇ ଅଛେ
ମର୍ କଥା କେ ନାଇ ଶୁନି ବେଟା
Mobile ତି ଉଚ୍-କି ହେଇଛେ ।।
ମହାଭାରତ୍ ମୁଇଁ ଗାଇ ଦେଲିନ
କଥା ଶୁନ , ଛାଡି ଫୋନ୍
ଠିକ୍ ବେଲ୍ କେ ଡାକ୍-ଦର୍ କହେ
Get to the safe zone.. Get to the safe Zone 😂
ପିଲା ହସି ଦିଏ ଠୋ ଠୋ
ତୁଇ କାଏଁ ହଉ ମାଁ ଗୋ
ତର୍ ପିଲା ବଲି ନାଇସେ ଇଟା
ସବ୍ କେ ଧରିଛେ ରୋଗ୍ ||
.................~<●>~................
AUTHOR - RAJAT RANJAN RANA
ଲେଖକ - ରଜତ ରଞ୍ଜନ ରଣା 😎
SHARE || COMMENT
ALL copyright reserved * through
https://creativecommons.org/licenses/by-nc-sa/4.0/
This one is dedicated to all my PUBG playing friends , Share with your Squad , team .. ! Let them know what our parents feel about PUBG😂😂


