Thursday, September 27, 2018

ତମେତ ସୁନ୍ଦୁରି ନନି




                                   ତମେତ ସୁନ୍ଦୁରି ନନି

ଯାହା ତୋ ଆମର୍ ମୁହୁଁ କଲିଆ
କୁର୍ କୁଟି ଆର୍ ମେଁଢା ବାଲିଆ
                     କଅଁଲ୍ କସର୍ ଛାଡି ଛୁଣା କରି
                     ଶୁଖଲା ଚରା ଚର୍ ବ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବ କେଁ ।(1)


ବାଲୁତ୍ କାଲର୍ ସିଁଗନ୍ ନାକି
ହାରି ସୁକି ଯାଏଁ ତମ୍ କୁ ଦେଖି
                   ଏତ୍ କି ସୁନ୍ଦର୍ କେନ୍ତା ହେଲ
                   ମାକର୍ ଦୁଦୁ ମାଖ୍ ଲ କାଏଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫସଲ କେଁ ।(2)



କାଚିଁ କୁଣି ଦିନେ ଖେଲ୍ ଲା ବେଲେ
ଚୁମା ଦେଇଥିନି ତୁମର୍ ଗାଲେ
                   ଏବେ ଦେଖି ଦେଲେ ଭିର୍ କି ଯାଏସ
                   ସେ କଥା ଆର୍ କହେସ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ସ କେଁ ।(3)



ଫେସ୍ ବୁକ୍ ତି ଚାଟିଙ୍ଗ କଲିଁ
ହ୍ବଟ-ସପ୍ ତି ସ୍ଟାଟସ୍ ଦେଲି
                ରିଚାର୍ଜ ଗୁଟେ ନାଇଁ କରି ବଲି
                ଏନ୍ତା ତୁଡେ ସଁପ୍ ବ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବ କେଁ ।(4)


ତୁଇ ଏକା ତର୍ ବାପାର୍ ପରୀ
ଆମର୍ ବୁଆ ଯାହା କଲା ବେକାରୀ
                       ଘରର୍ ପଛେ ଛାଏନ୍ କଣା
                       ସ୍ଟାଇଲ୍ ମରା ଛାଡ୍-ବ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବ କାଏଁ ।(5)


ଶିଲା ଯେଭେନୁ ଯୁଆନ୍ ହେଲା।
ସେନ ପାଉଡର୍ ଥୁତ୍-ନା ଗୁଲା
                   କେଜି ତୁକ୍-ଡି ତି ପକେଇ ଦେଲେ
                   କଁଟା ଛିଡି ଯିବା ବଲ୍-ବ କେଁ ।
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବୁ କେଁ ।(6)


ମାର୍ ବେ ଆଖି ଚନ୍ଦର୍ ମୁଖି
ମୁଲ୍ କି ହସିଁ କେ ଚାହାଁନି ଚାଖି
                     ଆମେ ଭେଣିଆଁ ଦେଖ୍-ମୁ ବଏଲେ
                     ଏନ୍ତା ଡିଜେନ୍ ମାର୍-ବ କାଏଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବ କାଏଁ ।(7)


ଠେଙ୍ଗୁଆ ମସାନ୍ କିନ୍ଦରୁ ଥିମୁ
ଘର୍ ଦୁଆରି କେଭେ ସେ ହେମୁ
                    ହଁ ବଏଲେ କନିହାଁ କରତି
                    ତମର୍ ବା' କେ କହେତ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ତ କାଏଁ ।(8)


ତମ୍ କେ ଦେଖି କୁଷ୍ଟଁ ସେଙ୍ଗା
ରମ୍ଭା ବି କାହିଁ ତରା କେ ଯିବା
                 ସର୍ଟ କଟ୍ ଥିଁ ଫେରେସ୍ ଅଛ
                 ଉଢଁନା ମୁଡି ପାର୍ ବ କେଁ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ବ କାଏଁ ।(9)


ତମ୍ କେ ନୁରା ସାଙ୍ଗର୍ ଜୁଲି
ଡାଣିହାଁ ହିରୋ ବିରାଟ୍ କୁହଲି
                  ବିହା ପଛେ ହେବ କିରନ୍ ପୁଲାର୍ଡ
                  ଆମ୍ କେ ହେଲେ ଦେଖ୍ ତ ଘାଏ
ତମେତ ସୁନ୍ଦୁରି ନନି ଆମର୍ ଠାନେ ଫଁସ୍ ତ କାଏଁ ।(10)


ମୁଡର୍ ବାଲ୍ ଟା ଭୁର୍ ଭୁସିଆ
ଛୁଆ ଫୁଟାବେ ବେଛୁ କଟିଆ
                  ମଝିର୍ ମାଙ୍ଗେ ଢେକୁନ୍ ବସା
                  ବକୁଲ୍ ବୁକଲା ଛେର୍ ଲା କାଏଁ
ତମେତ ସୁନ୍ଦୁରି ନନି ଆମେ କହେଲା କେ ଦୁଖ୍ ଲା କେଁ ।(11)


ପହେଲା ପ୍ଯାର୍ ବମ୍ବେ ଲଡୁ
ବିହା ଉତାରୁ ପଡ୍ ବା ଝାଡୁ
                      ଇ ଟୁକେଲ୍ ପଛେ ସମିଆ ଗଲେ
                      ଜୀବନ୍ ଗେନ୍ଧା ଜିଁଲୁ କେଁ
ସୁନୁଥ ସୁନ୍ଦୁରି ନନି ଗୋ , ଭୁଲ୍ ଭାଲ୍ ଭାଏଲ୍ କହେଲୁଁ କେଁ । (12)


ଆଏଜ୍ ଇନ୍ଦ୍ର କାଏଲ୍ ଚନ୍ଦ୍ର
ହିସାବ୍ ନନିର୍ ପାଁଚ୍ ପନ୍ଦର
                 ଚାକ୍-ରିଆ ଦେଖି ବିହା ହେଇ ଦେବା
                 ତୁଇ ମଦ୍ ଭାଟି ମର୍ ବୁ କେଁ
ସେଟାତ ସୁନ୍ଦୁରି ବାବୁ ରେ, ଭୁସାବଲି କେଲା ଧର୍ ବୁ କେଁ । (13)


କୁଷ୍ଟଁ ଆସି ଖେଲ୍ କରି ଯିବା
ଚନ୍ଦ୍ରଶେନା ଆଁ ଫାରି ଥିବା
                   କାହିଁ ଯୁଗ୍ ର ନିୟମ କାନୁନ୍
                   ତମେ ବଦଲେଇ ପାରବ କେଁ
 ସେଟା ତ ସୁନ୍ଦୁରି ବାବୁ ରେ, ତାର୍ ଲାଗି ତମେ ମର୍ ବ କେଁ । (14)




-ରଜତ ରଞ୍ଜନ ରଣା / Rajat Ranjan Rana

Monday, August 13, 2018

ଜିବନ୍ତ ମୁର୍ଦ୍ଦାଳ





                           ଜିବନ୍ତ ମୁର୍ଦ୍ଦାଳ

କାହାକୁ କହିବି କିଏ ଯେ ଶୁଣିବ କିଛି ତ' ରହିନି ବାକି

ଆଜି ବି ଜନନୀ, ଭାର୍ଯ୍ଯା,ଭଗିନୀ କାନ୍ଦେ ଲୁହ ଢୋକି-ଢୋକି
ଭାବୁଚି କେହି ତ ଚିତ୍କାର ଶୁଣି , କରିବ କି ସତେ ନ୍ଯାୟ
ଯେଉଁ ଦେଶେ ନାରୀ ପୂଜନୀୟ ଥିଲା, ସେଠି ଆଜି ଅସହାୟ

ବୁକୁ ଠୁ ମାଁ' ର ରକ୍ତ ଝରେ ରେ ପୋଛିଦିଅ କିଏ ଆସି
ତଥାପି ଜିବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି .........(1)


ସମସ୍ତେ ସାଜିଛୁ ହସ୍ତିନା ବାସି ଚକ୍ଷୁ ରେ ପୁଟୁଳି ବାନ୍ଧି
ପିତାମହ ଭିଷ୍ମ - ଧୃତରାଷ୍ଟ୍ର ପରି ପାଦରେ ପାଦ କୁ ଛନ୍ଦି
ନାହିଁ ସେ କୃଷ୍ଣ, କୋଟି ବସ୍ତ୍ର ଦେଇ, ପୁଣିଯେ କରିବ ରକ୍ଷା
କାହିଁ ସେ ରାବଣ ବଡପଣ ଯା'ର ଦୁନିଆ କୁ ଦେବ ଶିକ୍ଷା

ମାଁ ର ସମ୍ମାନ ରଖରେ ଜଲ୍ହାଦ ଛାଡି ହୀନ ରାଜନୀତି
ତଥାପି ଜିବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି...........(2)

ଇତିହାସ ସାଖି , ସତୀ ଠୁ ଦ୍ରୌପଦୀ ; କି ଦଶା ସହିଛି ରାଧା
ଚିନ୍ତିଲା ବେଳକୁ ରକ୍ତ ଥରି ଉଠେ ଲୋତକେ ପଲକ ଓଦା
ଜରାସନ୍ଧ ଭଳି ବାହୁବଳ ଥିଲେ ବୋଲାଏକି ସେହି ନର
ଅସହାୟ ବୋଲି ତା' ଉଦ୍ଦିପନା କୁ ତିଳ ତିଳ କରି ମାର

କେତେ ଶତ ହାଡ ଭାଙ୍ଗି ଜରାୟୁ ର ଖୋଲିଥିଲୁ ଦିନେ ଆଖି
ତଥାପି ଜିବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି...........(3)


ଦେଖି ପାରୁନିକି ମାଁ ର ବେଦନା କାନ୍ଦୁଛି ବାହୁନି କେତେ
ତା' ଆର୍ତ୍ତ ଚିତ୍କାର ପଡୁନିକି କାନେ ବଧିର ହେଲୁକି ସତେ
ତୋ ଭଗିନୀ ମାନ ରଖରେ ଚଣ୍ଡାଳ , ହୁଅ ତୁ ଆୟୁଧ ଅସ୍ତ୍ର
ବିନା ପାଣ୍ଡବ ରେ ଦ୍ରୌପଦି କି କହ ଜିଣିଥା'ନ୍ତା କୁରୁକ୍ଷେତ୍ର

ଉଠାରେ ଗାଣ୍ଡିବ ମାର ଦୁଃଶାସନ ଜନମି ବେ କାହୁଁ ପାପି
ତଥାପି ଜିବନ୍ତ ମୁର୍ଦ୍ଦାଳ ସମ ସାଜିଅଛୁ ମୂକ ସାଖି...........(4)


ଆତତାୟୀ ଭଳି ମାଁ ଗର୍ଭେ ତା'ର ଭୃଣ କାଳୁ ପଡେ ବଳି
ଯଉବନ କାଳେ ବଳାତ୍କାର ଭୟ ; ଏହା କି ବାସ୍ତବେ କଳି
ସାତ ଜନମର ବିବାହ ବନ୍ଧନେ ବାନ୍ଧିଛୁ ଯୌତୁକ ର ଶିକୁଳି
ଏନ୍ତୁଡି ଶାଳ ରେ ଅଭିଷାପ ଥିଲା , ଅଗଣା ରେ ଦାଣ୍ଡ ଧୂଳି

ଲଢିଛି , ଲଢିବ -ଲଢି ମରି ଯିବ ; ବୀରାଙ୍ଗନା ମହାସତୀ
ତଥାପି ଜିବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି...........(3)

       This poem has published in auspicious e-magazine
ଶୁଭପଲ୍ଲବ  2018 edition . You can also read it there❤🙏
Click here to read on e-magazine shubhapallaba.in

-Rajat Ranjan Rana
*licensed at creative_commons

https://creativecommons.org/licenses/by-nc-sa/4.0/