କେନ୍ତା ଆଡେ ବନେ ତୋ
ହଁ ଆଡେ ବନେ ତୋ ...
ଆମର୍ ଫାଲର୍ ଶୁଲେକ ମଡିଆ
ତମର୍ ଫାଲେ ମାନେକ୍ ହୋ ....
ହଁ ଆଡେ ବନେ ତୋ 😀
କାଏଁ କରମା ମକାର୍ କଲା
ଗୁରଜି ମଡିଆ ବେକାର୍ ଗଲା
ହଲ୍ ଦୁଇ ପଟ୍ ବିକି ଦେମି ଇଟା
ମିଲ୍ ବା ବଲୁଛେ ଅନେକ୍ ହୋ
ହଁ ଆଡେ ବନେ ତୋ 😀
କାଏଁ କର୍ ବ ହେସି ସନ୍-ଦି
ମେଁଡା ଦୁଇ ପଟ୍ ଦେଇଛେଁ ଆଦି
ମାର୍ ମି ବୁକା ଚାଏର୍ ଦାତିଁଆ
ବର୍ ପୁଶି ଆସ ଛନେକ୍ ତୋ
ହଁ ଆଡେ ବନେ ତୋ😀
ବଡଖା ମଝିଆ ଭେଣାଁ ଧଙ୍ଗରା
ସାନ୍ ପିଲା ମର୍ ଠାଡ୍ ସେଁର୍ ରା
ହରଡା ମାଗଲେ ବେହେରା ଦେବା
ଭୁର୍ କୁଟି ତାର୍ ଅନେକ୍ ହୋ
ହଁ ଆଡେ ବନେ ତୋ😀
ଦେଖ ସନଦେନ୍ ଝି କେ ଦେମି
ଆରଲି ମାର୍ ମି ମୁଡେକ୍ ପାନି
ଝୁରି ପଟ୍ କେ ବଲିଆ କରବା
ଜାଲ୍ ଧରି ଦେବ ଛନେକ୍ ହୋ
ହଁ ଆଡେ ବନେ ତୋ😀
ଦେଖ ସନଦି ଲାଗେର୍ ଲେସେର୍
ପରୁକେ ନେମି ଭାରେକ୍ କୁଶେର୍
ଝି କଥା ଆର୍ କାଏଁଟା କହେମି
ଗୁଣା ଗାନ୍ ତାର୍ ଅନେକ୍ ହୋ
ହଁ ଆଡେ ବନେ ତୋ😀
ତମର୍ ଟୁରା ସିନା ଭଟ୍-କା ନକା
ସିଗନ୍ ସୁର୍ ପେ ଗପା ଗପା
ଆମର୍ ନନୀ କେ ବାଖନି ଦେବା
ନୁରି ଆନି ଦେବ ଜନେକ୍ ତୋ
ହଁ ଆଡେ ବନେ ତୋ😀
ଏନ୍ତା ବତରେ ରାନ୍ଧ୍ ସି ନନି
ଚାଟି ଖାଇ ଦେବ ଆଙ୍ଗଠି ଫୁନି
ଭାଜି ସାଗ୍ ନୁ ଚାଏର୍ ଗୁଡିଆ
ସବୁ ରାନ୍ଧି ଦେଶି ଜନେକ୍ ହୋ
ହଁ ଆଡେ ବନେ ତୋ😀
କାମ୍ କବାର୍ ନୁ ଭଟା ଟିକରା
ପୂଜା ବରତ୍ ନୁ ଚୋରୋ ଚଇତରା
କେନ୍ ଠାନେ ଯଦି ଫେଲ୍ ମାରି ଯିବା
ଖବେର୍ ପଠାବ ଛନେକ୍ ତୋ
ହଁ ଆଡେ ବନେ ତୋ😀
ଲାଜ୍ କୁଲି ମର୍ ଲବଙ୍ଗ ଲତା
ନାଇଁ ଖୁଏଇ କେବେ ଖଟା କି ପିତା
ଝି ପାଇ ଥିଲି ତମକେ ସଁପମି
ଆଏଖ୍ ନାଇଁ ଭିଜୁ ଦିନେକ୍ ହୋ
ହଁ ଆଡେ ବନେ ତୋ😀
ସୁନାର୍ କଲସ୍ ଢାଲଲା ହାତି
ସନଦି ପାଏଲି ଫୁଲ୍ ଲା ଛାତି
ତମର୍ ମହତ୍ ଆର୍ ବଡାବା
ଡିଙ୍ଗ ମରା ଆମେ ଜାନୁ କେ ହୋ
ହଁ ଆଡେ ବନେ ତୋ😀
ହେଲା ମହାପୁରୁ ଗୁନ୍ ବିଚାରି
ଖବେର୍ ପଠାବ ଭେଟି ଉଚାରି
ଇ ବଏଶାଖେ ଟୁଟି ଟୁଟା ଗଲେ
ନିନାଶ୍ ମାର୍ ଭି ଛନେକ୍ ହୋ
ହା ହା ହା ବନେ ତୋ
ଯେନ୍ ଟା ଚାଲୁଛେ ସେ ଟା ଦେମି
ଧାନ୍ ଦୁଇ ପୁରା , ସୁନା ଆଠନି
ସେ ଜିନିଷ୍ କେ ନାଇଁ ଭାବ୍ ବ
ଉନା ନାଇଁ କରେ ଖଣେକ୍ ହୋ
ହଁ ଆଡେ ବନେ ତୋ😀
ଛୁଚେ ନାଇଁ ମାରୁ ଡିଙ୍ଗ୍ ସନଦି
ଆଏଲେ ଦେଖବ ତେଲ୍ ହଲଦି
ହଜାରେ ଲୋକ୍ କେ ଗୁଣା ବୁଲାମି
ଲାଗେର୍ ଲେସେର୍ ଖଣେକ୍ ତୋ
ହଁ ଆଡେ ବନେ ତୋ😀
ଆଡେ ବନେ ତୋ😀
..............^^^^^^^^................
AUTHOR - RAJAT RANJAN RANA


